ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, କାହାକୁ ମିଳିଲା ଟିକେଟ୍ ଜାଣନ୍ତୁ

ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆଜି ୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ।
୩ୟ ପର୍ଯ୍ୟାୟରେ କାହାକୁ ମିଳିଲା ଟିକେଟ୍ ଜାଣନ୍ତୁ:
ରାଉରେକଲାରୁ ସାରଦା ପ୍ରସାଦ ନାୟକ, କଟକ-ବାରବାଟୀରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା, ଜୟଦେବରୁ ନବ କିଶୋର ମଲ୍ଲିକ, ବୀରମିତ୍ରପୁରରୁ ରାେହିତ ଜୋସେଫ ତିର୍କୀ, ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଇରଙ୍ଗପୁରରୁ ରାଇସିଂ ମୁର୍ମୁ, ବାଲେଶ୍ବରରୁ ସ୍ବରୂପ ଦାସ, କେନ୍ଦୁଝରରୁ ମୀନା ମାଝିଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
୨ୟ ପର୍ଯ୍ୟାୟରେ କାହାକୁ ମିଳିଥିଲା ଟିକେଟ୍ ଜାଣନ୍ତୁ:
ବ୍ରଜରାଜନଗର: ଅଳକା ମହାନ୍ତି
ଝାରସୁଗୁଡ଼ା: ଦୀପାଳି ଦାସ
ତଳସରା: ବିଜୟ ଟପ୍ପୋ
ସୁନ୍ଦରଗଡ଼: ଯୋଗେଶ ସିଂହ
ରାଜଗାଙ୍ଗପୁର: ଅନୀଲ ବାର୍ଲା
ବଡ଼ସାହି: ଅନସୂୟା ପାତ୍ର
ଯଶୀପୁର: ଚକ୍ରଧର ହେମ୍ବମ୍ର
ଉଦଳା: ଶ୍ରୀନାଥ ସୋରେନ୍
ମୋରାଡା: ପ୍ରୀତିନନ୍ଦା କାନୁନଗୋ
ସୋର: ମାଧମ ଧଡା
ଆଠମଲ୍ଲିକ: ନଳିନୀ ପ୍ରଧାନ
ବୀରମହରାଜପୁର: ପଦ୍ମନାଭ ବେହେରା
ଖଡ଼ିଆଳ: ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ: ଜୟଶ୍ରୀ କହଁର
ମାହାଙ୍ଗା: ଅଙ୍କିତ ଜେନା
ତିର୍ତ୍ତୋଲ: ରମାକାନ୍ତ ଭୋଇ
ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି
ଭୁବନେଶ୍ବର ଉତ୍ତର: ସୁଶାନ୍ତ ରାଉତ
ଏକାମ୍ର ଭୁବନେଶ୍ବର: ଅଶୋକ ପଣ୍ଡା
ଖଲ୍ଲିକୋଟ: ସୂର୍ଯ୍ୟମଣି ବୈଦ୍ୟ