Odisha Link
Bridging the Missing Links in Odisha

ପଦ୍ମ ଛାଡ଼ିଲେ ଲେଖାଶ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ଏସବୁ ମଧ୍ୟରେ ଆଜି ଓଡ଼ିଶା ବିଜେପିକୁ ଲାଗିଛି ବଡ଼ ଝଟକା।
ବିଜେପିର ବରିଷ୍ଠ ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳ ଛାଡ଼ିଛନ୍ତି।

ଦଳର ପ୍ରାଥମିତ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ। ସେ ୧୦ ବର୍ଷ ଧରି ବିଜେପିରେ ଥିଲେ। ସେ ରାଜ୍ୟ ବିଜେପି ଉପସଭାପତି ମଧ୍ୟ ଥିଲେ। ଇସ୍ତଫା ପତ୍ରରେ ଲେଖାଶ୍ରୀ ଲେଖିଛନ୍ତି ଯେ ଶୀର୍ଷ ନେତୃତ୍ବଙ୍କ ବିଶ୍ବାସଭାଜନ ହୋଇପାରିନି। ତେଣୁ ଦଳ ଛାଡ଼ୁଛି।

Leave A Reply

Your email address will not be published.