Odisha Link
Bridging the Missing Links in Odisha

ତାତିରୁ ମିଳିଲା ଆଶ୍ୱସ୍ତି; ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ତାତିରୁ ମିଳିଲା ଆଶ୍ବସ୍ତି। ଆଜି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି। ଯାହାଫଳରେ ସପ୍ତାହେ ଧରି ଖରା ତାତି ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି। ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳିରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି। ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରାୟ ୧ ଘଣ୍ଟା ଧରି ବଜ୍ରପାତ ସହିତ ହାଲୁକା ବର୍ଷା ହୋଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନଚାପରେଖା ଓ ଗୁରୁଚାପ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ଓ କୁଆ ପଥର ବର୍ଷାର ସମ୍ଭାବନା ରହିଛି। ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ପବନ ବହିବାର ପୂର୍ବାନୁମାନ କରିଛି ବିଭାଗ।

ଆଜି ଦିନରେ ରାଜ୍ୟର ପ୍ରାୟ ସବୁ ଅଂଚଳରେ ତାପମାତ୍ରା ହ୍ରାସ ପାଇଥିଲା।ତେବେ ସନ୍ଧ୍ୟା ବେଳକୁ ରାଜଧାନୀ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ଘୋଟାଇ ଆସିଥିଲା।ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ଟ୍ୱିନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ଦେଖା ଦେଇଥିଲା।

Leave A Reply

Your email address will not be published.