Odisha Link
Bridging the Missing Links in Odisha

ଚଳିତବର୍ଷର ପ୍ରଥମ ସୂର୍ଯ୍ୟ ପରାଗ; ଭାରତୀୟ ସମୟରେ କେତେବେଳେ ସଂଗଠିତ ହେବ ଜାଣନ୍ତୁ..

ଓଏଲ୍‌ ବ୍ୟୁରୋ: ଆଜି ସଂଗଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ। ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ। ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗ କେତେ ପ୍ରକାରର ଏବଂ କେମିତି ଦେଖାଯାଏ।

ପୂର୍ଣ୍ଣ ସୂର୍ଯ୍ୟ ପରାଗ: ଆଜି ପୂର୍ଣ୍ଣ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଅତିକ୍ରମ କରିଥାଏ ଏବଂ ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟକୁ ଘୋଡାଇ ରଖିଥାଏ ତାହାକୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ କୁହାଯାଏ। ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗିଲା ପରେ ଆକାଶ ଅନ୍ଧକାରମୟ ହୋଇଯାଇଥାଏ। ଭାରତରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଉନଥିବାରୁ ଏହାର ଅଶୁଦ୍ଧି କାଳ ଲାଗିବ ନାହିଁ। ତେବେ ଭାରତୀୟ ସମୟ ଅନୁସାରେ ଏହା ସନ୍ଧ୍ୟାରେ ସଂଗଠିତ ହେବ।