Odisha Link
Bridging the Missing Links in Odisha

ବାଲେଶ୍ୱର: ଦଳବଦଳ ପରେ ଲେଖାଶ୍ରୀଙ୍କୁ ନେଇ ବଢୁଛି ଚର୍ଚ୍ଚା; ପ୍ରତାପ ଷଡ଼ଙ୍ଗୀ କହିଲେ….

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି।

ସେହିପରି ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଦଳ ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ତେବେ ବାଲେଶ୍ୱର ପାଇଁ କିଏ ପ୍ରାର୍ଥୀ ହେବେ ସେନେଇ ନିଷ୍କର୍ଷ ବାହାରି ପାରିନଥିବା କୁହାଯାଉଛି। ଏ ଯାଏଁ ଶାସକ ବିଜୁ ଜନତା ଦଳ ବାଲେଶ୍ଵର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରୁନଥିବା ବାକି ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି।

ପୁଣିଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରରେ ବିଜେପି ପ୍ରାର୍ଥୀ କରିସାରିଛନ୍ତି। ତେଣୁ ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଶାସକ ଦଳ ଅଙ୍କ କଷୁଛି। ଏହାରି ମଧ୍ୟରେ ଲେଖାଶ୍ରୀ ସାମନ୍ତସିଂହାର ଦଳବଦଳ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବାଲେଶ୍ୱର ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜୁ ଜନତା ଦଳ ଟିକେଟ ଦେବା ନେଇ ଚର୍ଚ୍ଚା ହେଉଥିବାବେଳେ ପ୍ରତାପ ଷଡ଼ଙ୍ଗୀ ଏ ନେଇ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିଜେପି ବାଲେଶ୍ୱରରେ ବହୁ ମତରେ ନିର୍ବାଚନ ଜିତିବ। ଲେଖାଶ୍ରୀଙ୍କୁ ଟିକେଟ ମିଳିଲେ କିଛି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ତେବେ ଏପରି ସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି। ତେବେ ଆଗାମୀ ନିର୍ବାଚନରେ କିଏ ବାଜି ମାରି ବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.