Odisha Link
Bridging the Missing Links in Odisha

ପାଗରେ ଆସିବ ବଡ଼ ପରିବର୍ତ୍ତନ; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ପୁଣି କଲବଲ କରିବ ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ଆଜି ଠାରୁ ବଢିବ ତାତି। ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଆଜିଠାରୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି।

୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାତି ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି। ୧୫ ତାରିଖରେ ୬ଟି ଜିଲ୍ଲାରେ ପ୍ରବଳ ଖରା ଅନୁଭୂତ ହୋଇପାରେ। ସେହିଭଳି ୧୬ ତାରିଖ ପାଇଁ ୧୩ଟି ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଯାଇଛି।

Leave A Reply

Your email address will not be published.