Odisha Link
Bridging the Missing Links in Odisha

କେବେ ଆସିବ କଂଗ୍ରେସର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା? ବଡ଼ ବୟାନ ଦେଲେ ପିସିସି ସଭାପତି..

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ କଂଗ୍ରେସର ଟିକେଟ କସରତ ଜାରି ରହିଛି। ହେଲେ ଏଯାବତ କଂଗ୍ରେସର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଜାରି ହୋଇନି। ତେବେ କଂଗ୍ରେସର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା କେବେ ଆସିବ ବୋଲି ଚର୍ଚ୍ଚା ହେଉଥିବାବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ୧୫ ସୁଦ୍ଧା ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ। ଏଥିପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ସ୍କ୍ରିନିଂ କମିଟି ବୈଠକ ଓ ରବିବାର ସିଇସି ବୈଠକ ଥିବାବେଳେ ବୈଠକରେ ଚୂଡାନ୍ତ ପରେ ଏକାଧିକ ପ୍ରାର୍ଥୀ ତାଲିକା ଆସିପାରେ। ଏହା ସହ ଶରତ ପଟ୍ଟନାୟକ କହିଛନ୍ତି ସବୁ ସ୍ଥାନରେ କଂଗ୍ରେସ ଟକ୍କର ଦେଲାଭଳି ପ୍ରାର୍ଥୀ ଦେଉଛି। ଯାହା ଦ୍ୱାରା ଦଳକୁ ଫାଇଦା ମିଳିବ। ଓଡ଼ିଶାବାସୀ ପରିବର୍ତନ ଚାହୁଛନ୍ତି। ଏଥର ୯ରୁ ୯୦ ମିଶନ ସଫଳ ହେବ ବୋଲି ସେ କହିଛନ୍ତି।