Odisha Link
Bridging the Missing Links in Odisha

ଭକ୍ତଙ୍କ ପାଇଁ ଅବିସ୍ମରଣୀୟ ସମୟ; ଶ୍ରୀରାମଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟ ତିଳକ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ରାମନବମୀ। ୫ ଶହ ବର୍ଷ ପରେ ଭବ୍ୟ ହୋଇଛି ରାମଲାଲାଙ୍କ ଜନ୍ମୋତ୍ସବ। ଏହି ଅବସରରେ ରାମ ଲାଲାଙ୍କ ମସ୍ତକରେ ଲାଗି ହୋଇଛି ସୂର୍ଯ୍ୟ ତିଳକ। ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ ଦିବ୍ୟ ସୂର୍ଯ୍ୟ ତିଳକ କରାଯାଇଛି। ଦିନ ୧୧ଟା ୫୮ ମିନିଟରୁ ମଧ୍ୟାହ୍ନ ୧୨ଟା ୩ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ତିଳକରେ ଝଟକିଲା ରାମଲାଲାଙ୍କ ଲଲାଟ ପଟକ। ପ୍ରଭୁ ଶ୍ରୀରାମ ଗର୍ଭ ଗୃହରେ ଦିବ୍ୟ ରୂପରେ ଝଲସିଛନ୍ତି। ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଅଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ବିଜ୍ଞାନର ଫର୍ମୁଲା ଅନୁସାରେ ଏହା କରାଯାଇଛି।

ଶ୍ରୀବିଗ୍ରହଙ୍କ ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ ସୂର୍ଯ୍ୟଙ୍କ କିରଣରେ ଉଦଭାସିତ ହେଉଛି। ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ତିଳକ ଦେଖିବାକୁ ରାମନବମୀ ଅବସରରେ ଅଯୋଧ୍ୟାରେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଛି। ବାଲକ୍ ରାମଙ୍କ ସୂର୍ଯ୍ୟ ତିଳକକୁ ଅଗଣିତ ରାମଭକ୍ତ ଦର୍ଶନ କରିଛନ୍ତି। ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା। ଶ୍ରୀରାମ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହୋଇଛି।ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମତ୍ସୋବ ଅତି ସମାରୋହରେ ପାଳନ କରାଯାଉଛି। ସମସ୍ତ ପୀଠର ଭକ୍ତମାନେ ପ୍ରଭୁଙ୍କ ପୂଜାର୍ଚ୍ଚନା କରୁଛନ୍ତି।

Leave A Reply

Your email address will not be published.