Odisha Link
Bridging the Missing Links in Odisha

ଅସହ୍ୟ ତାତି; ସକାଳୁ ୩୫ ଡିଗ୍ରୀ ଟପିଲାଣି ପାରଦ

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗ୍ରୀଷ୍ମ ପ୍ରବାହ କାରଣରୁ ଆହୁରି ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି। ତାତିକୁ ନଜରରେ ରଖି ଆଗାମୀ ୫ ଦିନ ଯାଏଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୮ରେ ୩୫ ଡିଗ୍ରୀ ଟପିଲାଣି ତାତି। ସକାଳ ସାଢେ ୮ଟାରେ ତାଳଚେରରେ ସର୍ବାଧିକ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଅନୁଗୁଳରେ ୩୫ ଡିଗ୍ରୀ, ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୫.୮ ଡିଗ୍ରୀ, ଭବାନୀପାଟଣାରେ ୩୪ ଡିଗ୍ରୀ, ନୟାଗଡରେ ୩୪ ଡିଗ୍ରୀ, ବାରିପଦାରେ ୩୪ ଡିଗ୍ରୀ, ହୀରାକୁଦରେ ୩୩.୬ ଡିଗ୍ରୀ, ରାଉରକେଲାରେ ୩୩.୬ ଡିଗ୍ରୀ, ଭୁବନେଶ୍ୱରରେ ୩୩.୪ ଡିଗ୍ରୀ, ସମ୍ବଲପୁରରେ ୩୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୩୩.୨ ଡିଗ୍ରୀ, କଟକରେ ୩୩ ଡିଗ୍ରୀ, ଝାରସୁଗୁଡାରେ ୩୨.୬ ଡିଗ୍ରୀ, କେନ୍ଦୁଝରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.