Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ; ୧୦୨ଟି ଆସନ ପାଇଁ ହେବ ଭୋଟ ଗ୍ରହଣ

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୧୦୨ଟି ଆସନ ପାଇଁ ମତଦାନ ହେବ। ଏଥିରେ ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମତଦାନ ହେବ।

ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା। ରାଜସ୍ଥାନର ୧୨, ୟୁପିର ୮, ଉତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨ ଆସନରେ ଭୋଟ୍ ଗ୍ରହଣ ହେବ । ତା’ମଧ୍ୟରେ ପ୍ରମୁଖ ଆସନ ଗୁଡ଼ିକ ହେଉଛି, ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର।

ସେହିଭଳି ମଧ୍ୟପ୍ରଦେଶର ଛିନ୍ଦୱାଡ଼ା, ତାମିଲନାଡୁର ଉତ୍ତର ଚେନ୍ନାଇ, ଦକ୍ଷିଣ ଚେନ୍ନାଇ, କେନ୍ଦ୍ର ଚେନ୍ନାଇ ଏବଂ କୋଇମ୍ବାଟୁର, ଥୁଠୁକୁଡ଼ି, ତିରୁନେଲଭାଲି, କନ୍ୟାକୁମାରୀ, ମଣିପୁର ଇନର୍ ମଣିପୁର ଏବଂ ଆଉଟର୍ ମଣିପୁର, ରାଜସ୍ଥାନର ବିକାନେର୍, ପଶ୍ଚିମବଙ୍ଗର କୁଚବେହାର ଏବଂ ଆଲ୍ଲିପୁରଦୁଆର ମଧ୍ୟ ପ୍ରମୁଖ ରହିଛି। ଏସବୁ ସ୍ଥାନରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Leave A Reply

Your email address will not be published.