Odisha Link
Bridging the Missing Links in Odisha

ଥମୁନି ୟୁକ୍ରେନ-ରୁଷିଆ ବିବାଦ: ମିସାଇଲ ମାଡ଼ରେ ୧୭ ମୃତ

ଓଏଲ୍‌ ବ୍ୟୁରୋ: ଥମୁନି ୟୁକ୍ରେନ-ରୁଷିଆ ବିବାଦ। ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ ବର୍ଷ ପୂରଣ ହୋଇସାରିଛି। ହେଲେ ଏହି ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହୋଇନାହିଁ କିମ୍ବା ପରାଜୟ ବରଣ କରିନାହିଁ। ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ପୁଣି ଥରେ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଛି। ୟୁକ୍ରେନ ଉପରେ ରୁଷିଆର ମିସାଇଲ ମାଡ଼ ହୋଇଛି। ବ୍ୟସ୍ତବହୁଳ ସହର ଚେର୍‌ନିହିଭରେ ୩ଟି ମିସାଇଲ ମାଡ଼ ହୋଇଛି।

ମିସାଇଲ ମାଡ଼ରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୧ ଆହତ ହୋଇଥିବା ଖବର ରହିଛି। ଏହାସହ ଏହି ଆକ୍ରମଣରେ ବଡ଼ ବଡ଼ କୋଠା, ପାର୍କିଂ ଆଦି ସ୍ଥାନ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୩ ଶିଶୁଙ୍କ ସହ ୬୦ ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଏହି ମିସାଇଲ ମାଡ଼ ପରେ ପାଶ୍ଚାତ୍ୟ ଦେଶରୁ ସହାୟତା ଲୋଡ଼ିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି। ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.