Odisha Link
Bridging the Missing Links in Odisha

ଠାବ ହେଲା ନିଖୋଜ ଦୁଇ ଭାଇଙ୍କ ମୃତଦେହ; କାଲିଠୁ ମିଳୁନଥିଲା ପତ୍ତା

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ତ ହୋଇଛି ଗ୍ରୀଷ୍ମ ପ୍ରବାହ। ତାତିକୁ ନଜରରେ ରଖି ଆଗାମୀ ସଚେତନ ରହିବାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ତାତି ପାଇଁ ସମସ୍ତେ କଲବଲ ହେଉଛନ୍ତି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗତକାଲି ନଦୀରେ ଦୁଇ ଭାଇ ସ୍ନାନ କରୁଥିବାବେଳେ ନିଖୋଜ ହୋଇଥିଲେ। ନଦୀରେ ଗାଧେଇବା ସମୟରେ ଏହି ଅଘଟଣ ଘଟିଥିଲା। ଜୋକଡିଆ ଖରସ୍ରୋତା ନଦୀରେ ଦୁଇ ଭାଇ ବୁଡି ନିଖୋଜ ହୋଇଥିବା ବେଳେ ଆଜି ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି।ଗତକାଲି ନଦୀରେ ଗାଧୋଇବାବେଳେ ବୁଡ଼ିଯାଇଥିଲେ। ଅନେକ ଖୋଜା ଖୋଜି ପରେ ବଡ଼ଭାଇ ଶାଶ୍ବତ ଓ ସାନଭାଇ ସ୍ଵସ୍ତିକ ସ୍ବାଇଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ତାତିରୁ ମୁକ୍ତି ପାଇଁ ନଦୀରେ କରୁଥିଲେ ସ୍ନାନ! ଏବେ ମିଳୁନି ଦୁଇ ଭାଇଙ୍କ ପତ୍ତା