Odisha Link
Bridging the Missing Links in Odisha

ମତଦାନ ପାଇଁ ମୋଦିଙ୍କ ଅପିଲ୍‌; କହିଲେ-ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ

ପ୍ରଥମ ଥର ପାଇଁ ଭୋଟ ଦେଉଥିବା ମୋର ଯୁବ ବନ୍ଧୁମାନଙ୍କୁ ମୋର ବିଶେଷ ନିବେଦନ ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ।

ଓଏଲ୍‌ ବ୍ୟୁରୋ: ବିଶ୍ବର ସବୁଠୁ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେଲା ମହାପର୍ବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।

ମତଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ କରିଛନ୍ତି। ବହୁସଂଖ୍ୟାରେ ମତଦାନ ପାଇଁ ଭୋଟରଙ୍କୁ ପ୍ରଧାନମନ୍ତ୍ରୀ ଅପିଲ୍‌ କରିଛନ୍ତି। ପ୍ରଥମ ଥର ଭୋଟ ଦେଉଥିବା ଯୁବ ଭୋଟର ବହୁତ ସଂଖ୍ୟାରେ ଆସନ୍ତୁ। ଅଧିକ ସଂଖ୍ୟାରେ ମତଦାନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ନିବେଦନ। ଆଜି ଗୁରୁତ୍ବପୂର୍ଣ୍ଣ ଦିନ, ସମସ୍ତେ ମତଦାନ ସାବ୍ୟସ୍ତ କରନ୍ତୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଲୋକତନ୍ତ୍ରର ସବୁଠୁ ବଡ଼ ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟର ମତଦାନରେ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ସିଟ ପାଇଁ ଭୋଟ ଦିଆଯିବ। ଏହି ସମସ୍ତ ସିଟରେ ଭୋଟରମାନଙ୍କୁ ମୋର ଅନୁରୋଧ ଯେ, ନିଜ ମତାଧିକାରର ପ୍ରୟୋଗ ଅବଶ୍ୟ କରନ୍ତୁ ଏବଂ ଭୋଟିଙ୍ଗର ନୂଆ ରେକର୍ଡ ତିଆରି କରନ୍ତୁ। ପ୍ରଥମ ଥର ପାଇଁ ଭୋଟ ଦେଉଥିବା ମୋର ଯୁବ ବନ୍ଧୁମାନଙ୍କୁ ମୋର ବିଶେଷ ନିବେଦନ ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ।

ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ ମୂଲ୍ୟବାନ ଅଟେ ଏବଂ ପ୍ରତ୍ୟେକ ସ୍ୱରର ମହତ୍ତ୍ୱ ରହିଛି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଭୋଟିଙ୍ଗର ଏକ ନୂଆ ରେକର୍ଡ ସୃଷ୍ଟି କରନ୍ତୁ। ଦେଶର ୨୧ଟି ରାଜ୍ୟରେ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକସଭା ସିଟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଛି।

ଏଥିସହିତ ୮ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେଉଛି। ଆଜି ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ହେଉଛି ମତଦାନ। ସେହିପରି ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ। ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ବୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ହେଉଛି ମତଦାନ।

ପ୍ରଥମ ପର୍ଯ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୧ ହଜାର ୪୯୧ ଜଣ ପୁରୁଷ ପ୍ରାର୍ଥୀ ଏବଂ ୧୩୪ ଜଣ ମହିଳା। ଭୋଟିଂ ଲାଗି ମୋଟ ୧ ଲକ୍ଷ ୮୪ ହଜାର ବୁଥ୍ କରାଯାଇଛି। ଏହି ପର୍ଯ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ପ୍ରତିନିଧି ବାଛିବେ।

ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି, ନିଶିଥ ପାରମାଣିକ, ଏଲଜେପିର ଚିରାଗ ପାଶୱାନ, ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ, ଡିଏମକେର କାନିମୋଈ ଓ ଏ. ରାଜା। ସେହିପରି ନକୁଲ ନାଥ, ତାମିଲସାଇ ସୌନ୍ଦର୍ଯ୍ୟରାଜନ, ଜିତିନ ପ୍ରସାଦଙ୍କ ଭଳି ଅନେକ ହେଭିୱେଟ୍ ମଇଦାନରେ ଅଛନ୍ତି। ଲୋକଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱନ। ସେ ବିହାରର ଜାମୁଇରୁ ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ସେହିପରି କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ ଏହି ପର୍ଯ୍ୟାୟରେ ନିର୍ବାଚନ ମଇଦାନରେ ଅଛନ୍ତି। ସେ ମଧ୍ୟପ୍ରଦେଶର ଛିନ୍ଦୱାରାରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି।

Leave A Reply

Your email address will not be published.