Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଚଣ୍ଡ ତାତି; ସକାଳୁ ୪୦ ଡିଗ୍ରୀ ମୁହାଁ ପାରଦ

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ତାତିରେ ଜଳିଲା ସାରା ରାଜ୍ୟ। ଗ୍ରୀଷ୍ମ ପ୍ରବାହ କାରଣରୁ ଅସମ୍ଭାଳ ହୋଇଛି ତାତି। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବା ଆଶଙ୍କା କରାଯାଉଥିବାବେଳେ ଗତକାଲିର ଭୁବନେଶ୍ୱର ତାପମାତ୍ରା ଚିନ୍ତାର ବିଷୟ ପାଲଟିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୮ରେ ତାଳଚେରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣାରେ ୩୪.୫, ଟିଟିଲାଗଡ଼ରେ ୩୩.୪, ଝାରସୁଗୁଡ଼ର ୩୩, ବାରିପଦାରେ ୩୩, ବାଲେଶ୍ବରରେ ୩୨.୨, ଭୁବନେଶ୍ବରରେ ୩୧.୮ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.