Odisha Link
Bridging the Missing Links in Odisha

ନିମାପଡ଼ା ବିଧାନସଭା: ଟିିକେଟ୍‌ କଟିଲା ପରେ ସମୀରଙ୍କ ଶକ୍ତି ପ୍ରଦର୍ଶନ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ତାପମାତ୍ରା। ସେହିପରି ରାଜ୍ୟ ରାଜନୀତିର ପାରା ଉପରମୁହାଁ ହେବା ସହିତ ଉଷ୍ମ ହେବାରେ ଲାଗିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡିି, ବିଜେପି ଓ କଂଗ୍ରେସ କିଛି ବିଧାନସଭା ଆସନକୁ ଛାଡ଼ି ପ୍ରାୟ ଆଉ ସବୁ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି। ଆଉ ଏହାରି ମଧ୍ୟରେ ଟିକେଟ୍‌ ପାଇ ନଥିବା ନେତା ମାନେ ଆରମ୍ଭ କରିଛନ୍ତି ଶକ୍ତି ପ୍ରଦର୍ଶନ।

ଶାସକ ଦଳ ବିଜୁ ଜନତା ଦଳ ନିକଟରେ ୫ମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଯେଉଁଥିରେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ନିିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ନାଁ ନଥିଲା। ତାଙ୍କ ବଦଳରେ ବିିଜେପିରୁ ଆସି ବିଜେଡିରେ ମିଶିଥିବା ଦିଲ୍ଲୀପ ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଯାହାପରେ ନିମାପଡ଼ା ରାଜନୀତି ଉଷ୍ମ ହେବାରେ ଲାଗିଛି। ଏସବୁ ମଧ୍ୟରେ ଟିକେଟ୍‌ ପାଇନଥିବା ସମୀର ରଞ୍ଜନ ଦାଶ ଆଜି ନିମାପଡ଼ାରେ ନିଜ ସମର୍ଥକଙ୍କ ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି। ଯାହା ଏବେ ରାଜ୍ୟ ରାଜନୀତରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଜି ଅପରାହ୍ନରେ ହଜାର ହଜାର ସମର୍ଥକଙ୍କ ଦ୍ବାରା ଏକ ସମାବେଶ ନିମାପଡ଼ାରେ ଅନୁଷ୍ଠିତ ହୋଇଛି। ଏଥିରେ ସମୀର ଦାଶ ଯୋଗ ଦେଇ କହିଛନ୍ତି, ଟିକେଟ ପୁନର୍ବିଚାର ପାଇଁ ଏହି ସମାବେଶ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବାକୁ ଏଠି ଲୋକ ଏକାଠି ହୋଇଛନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ତାଙ୍କୁ ନିମାପଡ଼ାବାସୀ ଗ୍ରହଣ କରି ପାରୁ ନାହାନ୍ତି ଯାହା ଏହି ଲୋକଙ୍କ ଭଲ ପାଇବା ଦର୍ଶାଉଛି।

ସେହିପରି ଟିକେଟ୍‌ ପୁନର୍ବିଚାର କରିବା ପାଇଁ ସମୀରଙ୍କ ସମର୍ଥକ ଦାବି କରିଛନ୍ତି। ଏଥିସହିତ ସମୀର ନାହିଁ ତ ଶଙ୍ଖ ନାହିଁ ବୋଲି ସମୀରଙ୍କ ସମର୍ଥକମାନେ ନାରା ଦେଇଛନ୍ତି। ସୂଚନାଥାଉକି, ସମୀରଙ୍କ ସ୍ଥାନରେ ବିଜୁ ଜନତା ଦଳ ଦିଲ୍ଲୀପ ନାୟକଙ୍କ ଉପରେ ଭରସା କରି ଟିକେଟ୍‌ ଦେଇଛି।

Leave A Reply

Your email address will not be published.