Odisha Link
Bridging the Missing Links in Odisha

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମୁକେଶ ଦଲାଲ; ବିଜେପି ହାତେଇଲା ସୁରତ ଲୋକସଭା ଆସନ!

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ଜାତୀୟ ରାଜନୀତିରେ ମଧ୍ୟ ସ୍ବତନ୍ତ୍ର ରଣନୀତି ଜାରି ରହିଛି। ଏସବୁ ଭିତରେ ସୁରଟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ମୁକେଶ ଦଲାଲ ବାଜି ମାରିଛନ୍ତି। ମୁକେଶ ଦଲାଲ ସୁରଟ ଲୋକସଭା ଆସନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ ଟ୍ୱିଟ୍ କରି କହିଛନ୍ତି ଯେ, ସୁରଟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ​​ଅଭିନନ୍ଦନ ଓ ଶୁଭେଚ୍ଛା। ନିର୍ବାଚନ ପୂର୍ବରୁ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କାରଣ ନାମାଙ୍କନ କରିଥିବା ସମସ୍ତ ପ୍ରାର୍ଥୀ ନିଜର ପାର୍ଥିପତ୍ର ଫେରାଇ ନେଇଛନ୍ତି।

Leave A Reply

Your email address will not be published.