Odisha Link
Bridging the Missing Links in Odisha

ବଦଳିଲା ପାଗ! ତଥାପି ୪୩ ଡିଗ୍ରୀ ଟପିଲା ରାଜଧାନୀର ତାତି

ଓଏଲ୍‌ ବ୍ୟୁରୋ: ବଦଳିଲା ପାଗ। କିଛି ସ୍ଥାନରେ ଆରମ୍ଭ ହୋଇଛି ବର୍ଷା। ତଥାପି ବଦଳିନି ଭୁବନେଶ୍ୱର ତାପମାତ୍ରା। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି।

ଚଳିତ ସିଜିନର ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି। ୪୩.୮ ଡିଗ୍ରୀ ସହ ରାଜଧାନୀ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ ୪୦.୪, କେନ୍ଦୁଝରରେ ୩୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ବାଲେଶ୍ବରରେ ୩୫.୪, ଫୁଲବାଣୀରେ ୩୪.୬ ଡିଗ୍ରୀ, ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୪.୪ ଡିଗ୍ରୀ, କଟକରେ ୩୪.୨, କେନ୍ଦୁଝର ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.