Odisha Link
Bridging the Missing Links in Odisha

ବଡ଼ଚଣାକୁ ନେଇ ବଡ଼ ବୈଠକ; ଶଙ୍ଖ ଭବନରେ ବର୍ଷା

ଓଏଲ୍‌ ବ୍ୟୁରୋ: କମ୍ପୁଛି ନିର୍ବାଚନ ମୈଦାନ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ପରେ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏଯାବତ ୧୪୧ ଆସନରେ ପ୍ରାର୍ଥୀ ଘୋଷଣା କଲାଣି ବିଜେଡି। ସେହିଭଳି ବଡ଼ଚଣା ଆସନକୁ ନେଇ ସର୍‌ପ୍ରାଇଜ୍‌ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ଚଣାରୁ ପ୍ରାର୍ଥୀ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବଡ଼ଚଣାରୁ ବର୍ଷା ଲଢ଼ିବା ନେଇ ସ୍ପଷ୍ଟ ହେବା ପରେ ରାଜନୈତିକ ଚିତ୍ର ବଦଳିବାରେ ଲାଗିଛି। ଶାସକଦଳ ୬ଥର ବିଧାୟକ ହୋଇଥିବା ଅମର ଶତପଥି ଟିକେଟ ନଦେଇ ବର୍ଷା ଟିକେଟ ଦେଇଛି। ଯାହା ସବୁଠୁ ରୋଚକ ପାଲଟିଛି। ତେବେ ଏସବୁ ଭିତରେ ଆଜି ବଡ଼ଚଣାକୁ ନେଇ ବଡ଼ ବୈଠକ ଶଙ୍ଖ ଭବନରେ ଆରମ୍ଭ ହୋଇଥିବାବେଳେ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଥିବା ଜଣା ପଡିଛି। ତେବେ ବୈଠକର କାରଣ କଣ ହୋଇପାରେ ତାହା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.