Odisha Link
Bridging the Missing Links in Odisha

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ସରୁଛି ପ୍ରଚାର, ଆଉ ଦିନକ ପରେ ମତଦାନ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏବେ ନିର୍ବାଚନୀ ତାତି। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର। ଆସନ୍ତା ଏପ୍ରିଲ ୨୬ରେ ଭୋଟଗ୍ରହଣ। ପ୍ରଚାର ଲାଗି ଆଉ ମାତ୍ର ୧୨ ଘଣ୍ଟାରୁ କମ ସମୟ ଥିବାରୁ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ। ୧୩ ରାଜ୍ୟର ୮୯ ଆସନରେ ପଡ଼ିବ ଭୋଟ।

ଏଥି ମଧ୍ୟରେ ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩ ଏବଂ ପଶ୍ଚିମବଂଗର ୩ ଆସନରେ ଭୋଟ ଗ୍ରହଣ ହେବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା।

Leave A Reply

Your email address will not be published.