Odisha Link
Bridging the Missing Links in Odisha

ହଠାତ ଢେଙ୍କାନାଳରେ ଅବତରଣ କଲା ହେଲିକପ୍ଟର; ରହସ୍ୟ ଘେରରେ ଅବତରଣର କାରଣ!

ଓଏଲ୍‌ ବ୍ୟୁରୋ: ଢେଙ୍କାନାଳ ମହିଷାପାଟରେ ହେଲିକପ୍ଟର ଅବତରଣ କରିଥିବା ଜଣା ପଡିଛି। ମହିଷାପାଟ ସ୍ଥିତ ଇନ୍ଦିରାଗାନ୍ଧି ପଡ଼ିଆରେ ହେଲିକପ୍ଟର ଅବତରଣ ପରେ ଏହା କେଉଁଠୁ ଆସିଛି ତାହା ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ, ହେଲିକପ୍ଟରରେ ଥିଲେ ସାତ ଜଣ, ୪ଜଣଙ୍କ ପତ୍ତା ମିଳୁନି। ପାଣିପାଗ କାରଣରୁ ହେଲିକପ୍ଟର ହଠାତ୍ ଢେଙ୍କାନାଳ ପଲିଶ୍ରି ମେଳା ଗ୍ରାଉଣ୍ଡରେ ଅବତରଣ କରିଥିବା ଅନୁମାନ କରାଯାଉଛି। ତେବେ ଏହି ହେଲିକପ୍ଟର ବଡ଼ବିଲରୁ ମୁମ୍ବାଇ ଯାଉଥିବା କୁହାଯାଉଛି।