କଂଗ୍ରେସ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ହେବ: ରାହୁଲ ଗାନ୍ଧି

ଓଏଲ୍ ବ୍ୟୁରୋ: ଦଳୀୟ ନେତାଙ୍କ ଭିଡରେ କମ୍ପୁଛି ପ୍ରଚାର ମୈଦାନ। ପର୍ଯ୍ୟାୟ କ୍ରମେ ନିର୍ବାଚନକୁ ନଜରରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡ଼ିଆରେ ରାହୁଲ ଗାନ୍ଧୀ ପହଂଚି ଜନସଭାରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି ରାହୁଲ ଗାନ୍ଧି କହିଛନ୍ତି।
ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ। ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ। ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ। ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ। ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ। କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ। ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ। ଚାଷୀମାନଙ୍କ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମ୍ଏସ୍ପି ଲାଗୁ ହେବ। ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ବିଜେପି ଆସିଲେ ସମ୍ବିଧାନ ନଷ୍ଟ କରିଦେବ। ବିଶ୍ବର କୌଣସି ଶକ୍ତି ଆମ ସମ୍ବିଧାନକୁ ଛୁଇଁପାରିବନି। ସବୁ କାମ ୨୨ଜଣ ଆରବପତିଙ୍କ ପାଇଁ କରିଛନ୍ତି। ଆରବପତିଙ୍କ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଛନ୍ତି। ୨୪ ବର୍ଷର ମନରେଗା ଯୋଜନା ଟଙ୍କା ଦେଇଦେଇଛନ୍ତି। କୃଷକ, ଛାତ୍ରଛାତ୍ରୀଙ୍କ ପଢ଼ା ଋଣ ଛାଡ଼ କରିନାହାନ୍ତି। କୃଷକ ଆତ୍ମହତ୍ୟା କଲେ ବି ଟିଭିରେ ଦେଖାଇବେ ନାହିଁ। ଆପଣଙ୍କ ପାଇଁ ଏହି ସରକାରରେ କିଛି ନାହିଁ। ଆପଣଙ୍କ ପକେଟ୍ରୁ କେବଳ GST ଯାଉଛି। ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ବି ରାହୁଲ ଗାନ୍ଧି କହିଛନ୍ତି।