Odisha Link
Bridging the Missing Links in Odisha

ପୁରୀ ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ ପ୍ରଶଂସା କଲେ ଭି.କେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟ ଉପରେ ସମସ୍ତ ରାଜନୈତିକ ଦଳର ନଜର। କାରଣ ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ଆସନ ଗୁଡ଼ିକରେ ନିର୍ବାଚନ ହେବ। ଯାହା ରାଜ୍ୟ ରାଜନୀତିର ହଟସ୍ପଟ ବୋଲି ବିବେଚନା କରାଯାଏ। ସରକାର କିଏ ଗଢ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ।

ଏସବୁ ଭିତରେ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇ ଭି.କେ ପାଣ୍ଡିଆନ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଅରୂପ ବାବୁ ଆପଣଙ୍କ ପାଇଁ ଚଳଚିତ୍ର ହୋଇଛି ବୋଲି ମୁଁ ଏବେ ଜାଣୁଛି। ଅକ୍ଷୟ କୁମାରଙ୍କ ଏକ ଚଳଚିତ୍ର ଅରୂପ ପଟ୍ଟନାୟକଙ୍କ ଉପରେ ଆଧାରିତ ବୋଲି ସେ କହିଛନ୍ତି। ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରି ଭି.କେ ପାଣ୍ଡିଆନ କହିଛନ୍ତି, ଆପଣ ଭଲ କାମ କରିଥିବାରୁ ଆପଣଙ୍କୁ ନେଇ ଚଳଚିତ୍ର ହୋଇଥିଲା।