Odisha Link
Bridging the Missing Links in Odisha

ଓଲଟିଲା ଯାତ୍ରୀବାହୀ ବସ୍‌: ଚାଲିଗଲା ୩ ଜୀବନ, ୫ ଜଣ ଗୁରୁତର

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍।ଯାହାଫଳରେ ଚାଲିଗଲା ୩ ଜୀବନ। ଏଥିସହିତ ୫ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା। ମିଳିଥିବା ଖବର ଅନୁଯାୟୀ, ସାଲୁଙ୍କି ନାମକ ଯାତ୍ରୀବାହୀ ବସ୍‌ ଫୁଲବାଣୀରୁ ମୁନିଗୁଡ଼ା ଅଭିମୁଖେ ଯାତ୍ରା କରୁଥିଲା। ଫିରିଙ୍ଗିଆ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବସ୍‌ଟିରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।