Odisha Link
Bridging the Missing Links in Odisha

ମୋର ସ୍ବାସ୍ଥ୍ୟବସ୍ଥାକୁ ନେଇ ଗୁଜବ ଚାଲିଛି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି: ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ଓଡ଼ିଶା ଗସ୍ତରେ ଆସି ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଥିଲେ। ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା ପ୍ରଶ୍ନରେ ଖୋଦ ନବୀନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଉତ୍ତର ରଖିଛନ୍ତି।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋତେ ଫୋନ କରି ସ୍ବାସ୍ଥ୍ୟ କଥା ବୁଝିପାରିଥାନ୍ତେ। ମୋର ସ୍ବାସ୍ଥ୍ୟ ପୂରାପୂରି ଠିକ୍‌ ଅଛି। ମୋର ସ୍ବାସ୍ଥ୍ୟବସ୍ଥାକୁ ନେଇ ଗୁଜବ କରାଯାଉଛି। ସ୍ବାସ୍ଥ୍ୟ ଭଲ ନଥିଲେ ଖରାରେ ପ୍ରଚାର କରିନଥାନ୍ତି। ଦିଲ୍ଲୀରେ ଜଣେ ବିଜେପି ନେତା ଗୁଜବ କରୁଛନ୍ତି। ଯଦି କମିଟି ଗଠନ କରୁଛନ୍ତି, ଗୁଜବକାରୀଙ୍କ ତଦନ୍ତ କର। ମୋ ସ୍ବାସ୍ଥ୍ୟ କଥା ଛାଡ଼ି ଓଡ଼ିଶାର ଦାବି ପୂରଣ କରନ୍ତୁ। ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା, କୋଇଲା ରୟାଲଟି ମିଳୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ ଖରାପକୁ ନେଇ ପ୍ରଶ୍ନ କରିଥିଲେ। ମୋଦି କହିଥିଲେ, ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପ ଖବର ପରେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି। ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ବୋଲି ନରେନ୍ଦ୍ର ମୋଦି ପ୍ରଶ୍ନ କରିଥିଲେ।

ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି। ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି। ଏହି ଆଶଙ୍କାକୁ ନେଇ ବିଜେପି ବହୁତ ଚିନ୍ତିତ ଅଛି। ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି। ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ। ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା, ଯାଞ୍ଚ କରାଯିବ। ଯାଞ୍ଚ କରାଯାଇ ସବୁ ସତକଥା ଲୋକଙ୍କ ସାମ୍ନାକୁ ଅଣାଯିବ ବୋଲି ନରେନ୍ଦ୍ର ମୋଦି କହିଛନ୍ତି।

Leave A Reply

Your email address will not be published.