Odisha Link
Bridging the Missing Links in Odisha

ଆଇପିଏଲ୍‌ ପରେ ଟି-୨୦ ବିଶ୍ବକପ୍‌, ୩ଥର ଗ୍ରୁପ୍‌ ଷ୍ଟେଜରୁ ବାହାର ହୋଇଛି ଭାରତ

ଓଏଲ୍‌ ବ୍ୟୁରୋ: ମହମ୍ମଦ ସାମିଙ୍କ ବଲରେ ବାବର ଆଜମ ଲଙ୍ଗ୍‌ ଅନ୍‌ କ୍ଷେତ୍ରକୁ ଏକ ଶଟ୍‌ ଖେଳିଥିଲେ। ଆଉ ଦୁଇ ରନ୍‌ ନେଇ ଇତିହାସ ରଚିଥିଲେ। ୨୦୨୧ ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ବିପକ୍ଷରେ ୧୦ ଓ୍ବିକେଟରେ ବିଜୟ ହାସଲ କରିଥିଲା ପାକିସ୍ତାନ। ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇଥିଲା ପାକିସ୍ତାନ।

ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ମୁକାବିଲା ହୋଇଥିଲା ସେହି ବର୍ଷ ଆଇପିଏଲ ଶେଷ ହେବାର ୪ ଦିନ ପରେ ଖେଳିଥିଲା ଟିମ୍‌ ଇଣ୍ଡିଆ। ଭାରତୀୟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତାପର ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲା ଭାରତ। ସେହି ମ୍ୟାଚରେ ବି ଦଳ ପରାଜିତ ହୋଇଥିଲା। ଏହି ଦୁଇଟି ପରାଜୟ କାରଣରୁ ସେହି ବର୍ଷ ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ର ଗ୍ରୁପ୍‌ ଷ୍ଟେଜରୁ ବାହାର ହୋଇଯାଇଥିଲା।

ଯଦି ଆମେ ୨୦୨୪ ଟି-୨୦ ବିଶ୍ବକପ୍‌ କଥା କହିବା ତେବେ ଚଳିତ ବର୍ଷ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟର ୬ ଦିନ ପରେ ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବ। କ’ଣ ୨୦୨୧ ଭଳି ୨୦୨୪ରେ ଅସୁବିଧାରେ ପଡ଼ିବ କି ଭାରତ। ଆଇପିଏଲ୍‌ର ଠିକ୍‌ ପରେ ପରେ ହୋଇଥିବା ଟି-୨୦ ବିଶ୍ବକପ୍‌ରେ ଭାରତର ସ୍ଥିତି କ’ଣ ଥିଲା ଜାଣନ୍ତୁ।

୨୦୦୦୯ ମସିହାରେ ଆଇପିଏଲ୍‌ ଶେଷ ହେବାର ୧୨ ଦିନ ପରେ ଟି-୨୦ ବିଶ୍ବକପ୍‌ ଆରମ୍ଭ ହୋଇଥିଲା। ଆଉ ସେହି ବର୍ଷ ଗ୍ରୁପ୍‌ ଷ୍ଟେଜରୁ ବିଦା ହୋଇଥିଲା ଟିମ୍‌ ଇଣ୍ଡିଆ। ସେହିପରି ୨୦୧୦ ମସିହାରେ ଆଇପିଏଲ୍‌ ଶେଷ ହେବାର ୪ ଦିନ ପରେ ବିଶ୍ବକପ୍‌ ଖେଳିଥିଲା ଭାରତ। ପୁଣିଥରେ ଗ୍ରୁପ୍‌ ଷ୍ଟେଜରୁ ବାହାର ହୋଇଯାଇଥିଲା ଭାରତୀୟ ଦଳ। ସେହିପରି ୨୦୨୧ ମସିହାରେ ଆଇପିଏଲ୍‌ର ୮ଦିନ ପରେ ବିଶ୍ବକପ୍‌ ଖେଳିଥିଲା ଭାରତ ସେହି ଗ୍ରୁପ୍‌ ଷ୍ଟେଜରୁ ବିଦା ହୋଇଥିଲା ଦଳ। ଚଳିତଥର ଆଇପିଏଲ୍‌ ଶେଷ ହେବାର ୬ ଦିନ ପରେ ବିଶ୍ବକପ୍‌ ଖେଳିବାକୁ ଯାଉଛି ଭାରତ। ଏଥର ଫଳାଫଳ କ’ଣ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

Leave A Reply

Your email address will not be published.