Odisha Link
Bridging the Missing Links in Odisha

ଜଳୁଛି ଓଡ଼ିଶା: ୪୬ ଡିଗ୍ରୀ ଉପରେ ୩ ସହର, ବଲାଙ୍ଗୀରରେ ସର୍ବାଧିକ ୪୬.୩ ଡିଗ୍ରୀ ରେକର୍ଡ

ଓଏଲ୍‌ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା। ପ୍ରବଳ ଖରାରେ ଜଳୁଛି ଓଡ଼ିଶା। ଦେଶର ରାଜଧାନୀ ଦିଲ୍ଲୀରେ ତାପାମାତ୍ର ୫୨ ଡିଗ୍ରୀ ପାାର ହୋଇଥିବା ବେଳେ ଓଡ଼ିଶାରେ ୪୬ ଡିଗ୍ରୀ ପାର କରିଛି ଦିନର ତାପମାତ୍ରା। ଆଜି ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୪୫ ଡିଗ୍ରି ଉପରେ ରହିଛି। ସେହିପରି ୩ଟି ଅଞ୍ଚଳର ତାପମାତ୍ରା ୪୬ ଡିଗ୍ରୀ ପାର କରିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ବଲାଙ୍ଗୀର ତାପମାତ୍ରା ରେକର୍ଡ କରିଛି। ଏଠାରେ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସୋନପୁରରେ ୪୬.୨, ଟିଟିଲାଗଡ଼-ଝାରସୁଗୁଡ଼ାରେ ୪୬, ସମ୍ବଲପୁରରେ ୪୫.୬, ବୌଦ୍ଧରେ ୪୫.୩ ଓ ହୀରାକୁଦରେ ୪୫. ୧ ଡିଗ୍ରୀ ପାରଦ ଚଢ଼ିଛି।

ସେହିପରି ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ରେ ଗ୍ରୀଷ୍ମ ପ୍ରବାହ ରହିବ। ଏହାସହ ଉଷ୍ମ ରାତ୍ରିର ଅନୁଭୂତି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.