Odisha Link
Bridging the Missing Links in Odisha

୧୫୦ ଫୁଟ୍‌ ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ଗଲାଣି ୨୧ ଜୀବନ

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କୁ ଦୁର୍ଘଟଣା। ଭାରସାମ୍ୟ ହରାଇବାରୁ ୧୫୦ ଫୁଟ ତଳକୁ ଖସିଲା ଯାତ୍ରିବାହୀ ବସ୍‌। ଯାହାଫଳରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।

ଉତ୍ତରପ୍ରଦେଶର ହାଥରସରୁ ଯାତ୍ରୀଙ୍କୁ ନେଇ ଏକ ବସ୍‌ ଜମ୍ମୁ କଶ୍ମୀର ଅଭିମୁଖେ ଯାଉଥିଲା। ଜମ୍ମୁର ଅଖନୁରର ଣ୍ଟାଡା କ୍ଷେତ୍ରରେ ବସ୍‌ଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଛି। ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିବା ସୂଚନା। ପିଟିଆଇ ସୂଚନା ଅନୁସାରେ ବସ୍‌ଟି ଭାରସମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସି ପଡ଼ିଛି।

ଜମ୍ମୁ ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣା ହୋଇଥିବା ବସ୍‌ଟି ଉତ୍ତରପ୍ରଦେଶର ହାଥରସରୁ ତୀର୍ଥଯାତ୍ରୀଙ୍କୁ ନେଇ ଶିବ ଖେରି ଅଞ୍ଚଳ ଅଭିମୁଖେ ଯାତ୍ରା କରୁଥିଲା। ଣ୍ଟାଡା କ୍ଷେତ୍ରରେ ବସ୍‌ଟି ଦୁର୍ଘଟଣା ହୋଇଥିଲା। ଏବେ ବି ଉଦ୍ଧାର ଅଭିଯାନ ଚାଲିଛି ବୋଲି କହିଛନ୍ତି।

ସମସ୍ତ ଆହତଙ୍କୁ ଅଖନୁର ମେଡିକାଲ ଓ ଜମ୍ମୁ ସରକାରୀ ମେଡିକାଲ କଲେଜ ଭର୍ତ୍ତି କରାଯାଇଛି। ଆଉ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.