Odisha Link
Bridging the Missing Links in Odisha

ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି, ପାଞ୍ଚ ବର୍ଷରେ ୪୦୩ ଗଜରାଜଙ୍କ ମୃତ୍ୟୁ

ଓଏଲ୍‌ ବ୍ୟୁରୋ: ଦୀର୍ଘ ସାତବର୍ଷ ପରେ ଚଳିତ ବର୍ଷ ରାଜ୍ୟରେ ତିନି ଦିନିଆ ହାତୀ ଗଣନା କରାଯାଇଥିଲା। ୨୦୧୭ ମସିହାରେ ରାଜ୍ୟରେ ହାତୀ ଗଣନା କରାଯାଇଥିବା ବେଳେ ସେହି ସମୟରେ ରାଜ୍ୟରେ ମୋଟ୍ ୧୯୭୬ ହାତୀ ଥିଲେ। ଚଳିତ ବର୍ଷ ଗଣନା ପରେ ରାଜ୍ୟରେ ହାତୀ ସଂଖ୍ୟା ୧୨୨ ବୃଦ୍ଧି ପାଇ ୨୦୯୮ରେ ପହଞ୍ଚିଛି।

ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ବୁଧବାର ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ଚଳିତ ଥର ୨୮ଟି ଜିଲ୍ଲାର ୩୮ଟି ବନଖଣ୍ଡରେ ହାତୀ ଗଣନା କରାଯାଉଥିଲା। ଗଣନା ଶେଷରେ ମୋଟ ୨୦୯୮ଟି ହାତୀ ଥିବାନେଇ ଚିହ୍ନଟ କରାଯାଇଛି। ମୋଟ୍ ୨୦୯୮ଟି ହାତୀଙ୍କ ମଧ୍ୟରୁ ୪୭୪ ଟି ଅଣ୍ଡିରା ହାତୀ ରହିଥିବା ବେଳେ ୧୦୩୦ ମାଇ ହାତୀ ଅଛନ୍ତି। ସେହିପରି ୫୯୪ ହାତୀ ଛୁଆ ଥିବା ନେଇ ସେ ସୂଚନା ଦେଇଛନ୍ତି।

ଅପରପକ୍ଷେ ବର୍ତ୍ତମାନ ଓଡ଼ିଶାରେ ଅନୁଗୁଳ, ବାରିପଦା ଓ ରାଉରକେଲା ସର୍କଲରେ ଅଧିକ ହାତୀ ରହିଛନ୍ତି ବୋଲି ଏହି ଗଣନାରୁ ଜଣାପଡିଛି। ଅନୁଗୁଳ ସର୍କଲରେ ସର୍ବାଧିକ ୭୭୯ ଟି ହାତୀ ରହୁଥିବା ବେଳେ ବାରିପଦାରେ ୪୩୧, ରାଉରକେଲାରେ ୩୧୧ ଏବଂ କୋରାପୁଟ ସର୍କଲରେ ସର୍ବନିମ୍ନ ୩୩ଟି ହାତୀ ଥିବା ଜଣାପଡ଼ିଛି। ପୂର୍ବଥର ଅପେକ୍ଷା ଏଥର ଅଣ୍ଡିରା ହାତୀ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଓଡ଼ିଶାରେ ଅନୁଗୁଳ, ଢେଙ୍କାନାଳ ଏବଂ କଟକର ଆଠଗଡ଼ରେ ଅଧିକ ହାତୀ ରହିଛି ବୋଲି ଏହି ଗଣନାରୁ ଜଣାପଡିଛି।

Leave A Reply

Your email address will not be published.