ପୁଣି ସୁନିତାଙ୍କ ମହାକାଶ ଯାତ୍ରା, ତୃତୀୟଥର ପାଇଁ ମହାକାଶରେ ଭାରତୀୟ ବଂଶୋଦ୍ଭବ

ଓଏଲ୍ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା। ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତାୱିଲିୟମ୍ସ ପୁଣି ମହାକାଶକୁ ଯାତ୍ରା କରିଛନ୍ତି। ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା। ସୁନିତା ୨୦୦୬ ଡିସେମ୍ବର ୯ରେ ‘ଡିସ୍ କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ। ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ।
ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ। ପୁଣି ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍ ସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ। ୫୯ ବର୍ଷିୟା ସୁନୀତା ନ୍ୟୁ ହ୍ୟୁମାନ୍ ରେଟେଡ୍ ମହାକାଶଯାନରେ ପ୍ରଥମ ମହିଳା ଭାବେ ଉଡ଼ି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୦୦୬ ଓ ୨୦୧୨ରେ ସେ ଦୁଇଥର ମହାକାଶକୁ ଯାଇଛନ୍ତି।
ପ୍ରଥମ କ୍ରୁଡ୍ ଫ୍ଲାଇଟ୍ ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଏହା ତାଙ୍କର ତୃତୀୟ ମିଶନ୍ । ଏହି ମିଶନ ଷ୍ଟାରଲାଇନର୍ ସିଷ୍ଟମର ଉତକ୍ଷେପଣ, ମହାକାଶଚାରୀଙ୍କୁ ପ୍ରୟୋଗଶାଳାରେ ପହଞ୍ଚାଇବା ଓ ପୃଥିବୀକୁ ଫେରାଇ ଆଣିବାର ସାମର୍ଥକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ଗତ ମାସ ଜୁନ ୬ତାରିଖରେ ଏହା ଉଡ଼ାଣ ଭରିବାର ଥିବା ବେଳେ କୌଣସି ବୈଷୟିକ ତ୍ରୁଟି କାରଣରୁ ସ୍ଥଗିତ ରଖାଯାଇଥିଲା ।