Odisha Link
Bridging the Missing Links in Odisha

ବିଏସ୍‌କେଓ୍ବାଇ କାର୍ଡ ପ୍ରତ୍ୟାଖ୍ୟାନ ଘଟଣା: ଉଦବେଗ ପ୍ରକାଶ କଲେ ରାଜ୍ୟପାଳ

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିଛି। ତେବେ ନବୀନ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ଗୁଡ଼ିକ ପୂର୍ବପରି କାର୍ଯ୍ୟକାରୀ ହେବ ନା ନାଇଁ ତାକୁ ନେଇ ସମସ୍ତ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ଉଠିଛି। ଏସବୁ ମଧ୍ୟରେ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସାରା ରାଜ୍ୟରେ ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିବା ସହ ଟୋଲ ଫ୍ରି ନମ୍ବର ସ୍ୱାସ୍ଥ୍ୟ ବିଭାଗ ଜାରି କରିଛି। ବିଏସକେୱାଇ କାର୍ଡ ସମ୍ବଧିତ କୌଣସି ଅସୁବିଧା ହେଲେ ହିତାଧିକାରୀ ୧୦୪ରେ ସିଧାସଳଖ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସ ଉଦବେଗ ପ୍ରକାଶ କରିବା ସହ ମୁଖ୍ୟ ଶାସନ ସଚିବ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

https://x.com/GovernorOdisha/status/1798652495591596060

ଅନ୍ୟପଟେ, ବିଏସକେୱାଇ କାର୍ଡ କାର୍ଯ୍ୟକାରିତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ସ୍ପଷ୍ଟିକରଣ ରଖିଛନ୍ତି ସଚିବ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ କହିଛନ୍ତି, ବିଏସକେୱାଇ ହିତାଧିକାରୀଙ୍କ ଚିକିତ୍ସାକୁ ପ୍ରତ୍ୟାଖ୍ୟାନ କଲେ, ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବ ଚେତାବନୀ ଦେଇଛନ୍ତି। ବିଏସକେୱାଇ ଯୋଜନା ପୂର୍ବ ପରି ଜାରି ରହିଛି। ବିଏସକେୱାଇକୁ ନେଇ ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାର କରିଥିବା ଏମଓୟୁ ଏବେ ବି ବଳବତ୍ତର ରହିଛି। ବିଏସକେୱାଇ କାର୍ଡଧାରୀଙ୍କୁ ସ୍ୱାସ୍ଥ୍ୟସେବା ମିଳୁନଥିବା ଖବର ଗୁଜବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ।

ଏହା ସହ ଆଜି ଟ୍ୱିଟ ଯୋଗେ ରୋଗୀ ସେବା ଜାରି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅନୁବନ୍ଧିତ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେବା ସହ ରୋଗୀ ଓ ସମ୍ପର୍କୀୟଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି। ଜୁନ୍‌ ୪ରେ ବିଏସକେୱାଇ କାର୍ଡରେ ୫,୮୦୦ ରୋଗୀ ଓ ଜୁନ୍‌ ୫ରେ ୫,୩୮୯ ରୋଗୀ ଚିକିତ୍ସିତ ହୋଇଛନ୍ତି। ବିଏସକେୱାଇରେ ରୋଗୀ ସେବା ଜାରି ଥିବା ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

Leave A Reply

Your email address will not be published.