Odisha Link
Bridging the Missing Links in Odisha

ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଜୋ ବାଇଡେନ, କମଳା ହାରିସଙ୍କ ପାଇଁ ଫିଟିଲା ବାଟ

ଓଏଲ୍‌ ବ୍ୟୁରୋ: ଜୋ ବାଇଡେନ୍ ଶନିବାର ଦିନ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ “ମୁଁ ଦେଶର ସର୍ବୋତ୍ତମ ହିତରେ ଅଛି”। ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମେତ ତାଙ୍କ ଡେମୋକ୍ରାଟ୍ ସହଯୋଗୀଙ୍କ ଚାପ ବଢ଼ୁଥିବାରୁ ୮୧ ବର୍ଷୀୟ ଏହି ରାଷ୍ଟ୍ରପତି ପୁନର୍ବାର ନିର୍ବାଚନ ନଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ର ଉଦ୍ଦେଶ୍ୟରେ ଚିଠି ଲେଖି ବାଇଡେନ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ବାଇଡେନ ଚିଠିରେ ଉଲ୍ଲେଖ କରିଛନ୍ତି।

ଚିଠିରେ ବାଇଡେନ ଲେଖିଛନ୍ତି, ଆମେରିକାର ରାଷ୍ଟ୍ରପତି ଭାବେ ସେବା କରିବା ଜୀବନର ସବୁଠୁ ସମ୍ମାନର ବିଷୟ। ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା। କିନ୍ତୁ ଦେଶ ଓ ଡେମୋକ୍ରାଟିକ ପାର୍ଟିର ହିତକୁ ଅଖିରେ ରଖି ପୁଣି ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି। କେବଳ ରାଷ୍ଟ୍ରପତି ଭାବେ କାର୍ୟ୍ୟକାଳ ପୂରା କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଚିଠିରେ ଲେଖିଛନ୍ତି ଜୋ ବାଇଡେନ। ଏଥିସହ ଚଳିତ ସପ୍ତାହରେ ଦେଶବାସୀଙ୍କୁ ସମ୍ୱୋଧନ କରିବେ ବୋଲି ବାଇଡେନ କହିଛନ୍ତି।ନଭେମ୍ୱର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ ତା ଉପରେ ସାରା ବିଶ୍ୱର ନଜର ରହିଛି।