Odisha Link
Bridging the Missing Links in Odisha

ନିର୍ବାଚନୀ ଅନିୟମିତତା ମାମଲା: ବିଧାୟକ ଧ୍ରୁବ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ ବିରୋଧୀ ଦଳ ଆସନରେ ବସି ସାରିଛି। ହେଲେ ଏବେ ବି ବିଜୁ ଜନତା ଦଳର ପରାଜୟ ସ୍ୱୀକାର କରିପାରୁନାହାନ୍ତି ଅନେକ ନେତା ଓ କର୍ମୀ।

ଏସବୁ ଭିତରେ ନିର୍ବାଚନୀ ଅନିୟମିତତା ମାମଲାରେ ୩ ବିଧାୟକ ଓ କେଭି ସିଂହଦେଓଙ୍କୁ ନୋଟିସ୍ ଜାରି ହୋଇଥିବାବେଳେ ଆଜି ବିଧାୟକ ଧ୍ରୁବ ସାହୁ ନୋଟିସ ଜାରି ହୋଇଛି। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ନୋଟିସ୍ ଜାରି ହୋଇଛି। ବିଜେପି ପ୍ରାର୍ଥୀ ଲଳିତ ବେହେରାଙ୍କ ଆବେଦନ ଆଧାରରେ ହାଇକୋର୍ଟ ନୋଟିସ କରିଛନ୍ତି।