ଗୃହରକ୍ଷୀଙ୍କ ପାଇଁ ଖୁସି ଖବର: ପୂରଣ ହେବ ପଦବୀ, ବଢ଼ିବ ଦରମା
ଓଏଲ୍ ବ୍ୟୁରୋ: ଗୃହରକ୍ଷୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର କାର୍ଯ୍ୟରତ ଗୃହରକ୍ଷୀଙ୍କ ଦରମା ବଢ଼ିବ। ୫ ହଜାର ପଦବୀ ପୂରଣ ସହ ଦରମା ବଢ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି କମିଶନରେଟ ପୁଲିସ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ERSSର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ (ERSS) ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ERSS ଯାନ ଗୋଟିଏ ଗୋଟିଏ ସୁରକ୍ଷା ରଥ। ନ୍ୟାୟର, ଶୃଙ୍ଖଳାର ଓ ଭୟମୁକ୍ତ ବାତାବରଣର ପ୍ରତୀକ। ERSS ଯାନ ଗଡ଼ିଲେ ଅସାଧୁ ଲୋକଙ୍କ ମନରେ ଛନକା ପଶିବ। ନିର୍ଭୟା କାଣ୍ଡ ପରି ଘଟଣା ଏଡ଼ାଇବାକୁ ଏହା ସହାୟକ ହେବ। ଅପରାଧମୁକ୍ତ ଅଞ୍ଚଳ ଗଢ଼ିବା ଆମର ଲକ୍ଷ୍ୟ। ଭୁବନେଶ୍ବରରେ ୨୨ଟି ଓ କଟକରେ ୮ଟି ଗାଡ଼ି ଗଡ଼ିବ।
ଏହା ସହ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁଲିସ ବାହିନୀକୁ ଆହୁରି ସଶକ୍ତ କରାଯିବ। ଗୃହ ବିଭାଗରେ ଖୁବଶୀଘ୍ର ୧୦ ହଜାର ପଦବୀ ପୂରଣ ହେବ। ପ୍ରକ୍ରିୟା ଆରମ୍ଭ କରି ତୁରନ୍ତ ପଦବୀ ପୂରଣ ହେବ। ଖୁବଶୀଘ୍ର କାର୍ଯ୍ୟରତ ଗୃହରକ୍ଷୀଙ୍କ ଦରମା ବଢ଼ିବ। ୫ ହଜାର ପଦବୀ ପୂରଣ ସହ ଦରମା ବଢ଼ିବ।