‘ବିଜେଡି ଭାଙ୍ଗିଗଲେ ଦୁଃଖ ଲାଗିବ’

ଓଏଲ୍ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ତଥା ସମ୍ବଲପର ବିଧାୟକଙ୍କ ବଡ଼ ପ୍ରତିକ୍ରିୟା। ବିଜୁ ଜନତା ଦଳକୁ ତାତ୍ସଲ୍ୟ କରି ପ୍ରତିକ୍ରିୟା ରଖିଛନ୍ତି ଜୟନାରାଣ ମିଶ୍ର। ରାଜ୍ୟସଭାରେ ବିଜେଡି ଶୂନ ହେବ ବୋଲି ବିଜେପି ବିଧଶୟକ ଅଶୋକ ମହାନ୍ତି କହିବାର କିିଛି ସମୟ ପରେ ଜୟନାରାୟଣ ମିଶ୍ର ରଖିଛନ୍ତି ପ୍ରତିକ୍ରିୟା।
ସେ କହିଛନ୍ତି, ଭଗବାନ କରନ୍ତୁ ବିଜେଡି ପାଖରେ ଲୋକ ରୁହନ୍ତୁ। ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ। ଦଳ ଟା ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହୁଅନ୍ତୁ। ମୁଁ ଶତ୍ରୁକୁ ମାରିବାକୁ ଚାହେଁନି। ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଶତ୍ରୁର ସେତିକି ଆବଶ୍ୟକତା ଅଛି। ବିଜେପି ଚାହୁଁନି ବିଜେଡି ଭାଙ୍ଗୁ, ଆମର ଲକ୍ଷ ନୁହେଁ ବିଜେଡିକୁ ଶୂନ କରିବା ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ବିଜେଡି ନେତା ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ। ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି। ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ। ଯୋଉଦିନ ଚାହିଁବ ବିଜେଡିକୁ ଖଣ୍ଡ ଖଣ୍ଡ କରିଦେବ। ଗୋଟିଏ ଲୋକ ରହିବେନି। କେବଳ ନବୀନ ପଟ୍ଟନା୍ନୟକ ଆଉ ପାଣ୍ଡିଆନ ହିଁ ରହିିବେ ସେ ଦଳରେ। ଦରକାର ପଡ଼ିଲେ ନବୀନ ପଟ୍ଟନାୟକ ମଧ୍ୟ ପଳେଇ ଆସିବେ। ସେ କଣ କରିବେ ଯଦି ସବୁ ଲୋକ ପଳେଇ ଆସିବେ, ସେ ବି ବିଜେପି ପଳେଇ ଆସିବେ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତ।