Odisha Link
Bridging the Missing Links in Odisha

ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀଙ୍କ ୫ହଜାର ୫୦୦ କୋଟିର ଭେଟି

ଓଏଲ୍‌ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି। ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି। ସଙ୍ଗମ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଛନ୍ତି। ପରେ ଅକ୍ଷୟ ବଟବୃକ୍ଷ ସ୍ଥଳରେ ସ୍ଥଳରେ ପୂଜାର୍ଚ୍ଚନା କରିଛନ୍ତି। ପରେ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂଅକୁ ଯାଇ ପୂଜା କରିଥିଲେ।

ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବା ସହ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, କୁମ୍ଭମେଳା ଏକତାର ପ୍ରତୀକ। ଏକ୍ ଭାରତ, ଶ୍ରେଷ୍ଠ ଭାରତର ଛବି ହେଉଛି କୁମ୍ଭମେଳା। ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ। କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନା ଥାଉକି, ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେଇଛନ୍ତି। ୫୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ ରହିଛି ବିଭିନ୍ନ ରେଳ, ସଡ଼କ, ବିଦ୍ୟୁତ, ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକାଧିକ ପ୍ରକଳ୍ପ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୁମ୍ଭ ‘ସାହାୟକ’ ଚାଟବଟ୍ ମଧ୍ୟ ଲଞ୍ଚ କରିବେ। ଯାହାକି ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ମେଳା ୨୦୨୫ ଓ ଏହାର କାର୍ଯ୍ୟକ୍ରମ ବିଷୟରେ ସର୍ବଶେଷ ସୂଚନା ପ୍ରଦାନ କରିବ।

Leave A Reply

Your email address will not be published.