Odisha Link
Bridging the Missing Links in Odisha

ହଜାରେ ଟଙ୍କାରେ ପୂରୁନି ପରିବା ବ୍ୟାଗ୍, ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିବ ବିଜେଡି

ଓଏଲ୍‌ ବ୍ୟୁରୋ: ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ। ରାଜ୍ୟରେ ଦରଦାମର ପ୍ରଭାବ ବଢିବାରେ ଲାଗିଛି। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରବୃଦ୍ଧି ଯୋଗୁ ଦୁର୍ବିସହ ପରିସ୍ଥିତି ଦେଖିବାକୁ ମିଳିଥିବା ବିଜୁ ଜନତା ଦଳ ଅଭିଯୋଗ ଆଣିଛି। ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି, ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ଜନତା। ହଜାରେ ଟଙ୍କାରେ ପରିବା ବ୍ୟାଗ ଭର୍ତ୍ତି ହେଉନି। ଦରବୃଦ୍ଧି ପ୍ରତିବାଦରେ ୬ତାରିଖରେ ଆନ୍ଦୋଳନ କରିବ ବିଜେଡି।

ବିଜେଡି କହିଛି, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଦର କମିଛି। ମାତ୍ର ସମସ୍ତ ପ୍ରକାର ତେଲର ଦର ବଢିଛି। ରାଜ୍ୟବାସୀଙ୍କ ଉପରେ ବହୁତ ବୋଝ ପଡିଛି। ନବୀନ ପଟ୍ଟନାୟକଙ୍କ ସରକାରରେ ଏଭଳି ସ୍ଥିତି ନଥିଲା। ଗ୍ୟାସ, ପେଟ୍ରୋଲ, ଡିଜେଲ, ପରିବା ଦର ବଢିଛି। ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ। ଆସନ୍ତା ୬ରେ ଭୁବନେଶ୍ବରରେ ବିଜୁ ଜନତା ଦଳ ବିକ୍ଷୋଭ କରିବ ବୋଲି ବିଜେଡି ଚେତାବନୀ ଦେଇଛି।