Odisha Link
Bridging the Missing Links in Odisha

ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ପକ୍ଷୀ ସଂଗ୍ରହାଳୟ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବରେ ପକ୍ଷୀ ନୀରିକ୍ଷଣ ଏବଂ ଭ୍ରମଣ, ବିଶେଷଜ୍ଞ ଆଲୋଚନା ଏବଂ କର୍ମଶାଳା, ସଂରକ୍ଷଣ ପଦକ୍ଷେପ ନେଇ କାର୍ଯ୍ୟକ୍ରମ ରହିଛି। ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ପୂର୍ବରୁ ପକ୍ଷୀ ସଂଗ୍ରହାଳୟ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିଦେଶାଗତ ପକ୍ଷୀଙ୍କ ପାଇଁ ପକ୍ଷୀ ସଂଗ୍ରହାଳୟ ହେବ। ଚିଲିକା, ବରକୂଳ କିମ୍ବା ନଳବଣ କେଉଁଠି ହେବ ବିଚାର ଚାଲିଛି। ଚିଲିକା ଡେଭଲପମେଣ୍ଟ ଅଥରିଟି ଓ ପର୍ଯ୍ୟଟନ ବିଭାଗ ମିଶି ଯୋଜନା ପ୍ରସ୍ତୁତ କରିଛି। ଏହି ସମ୍ମିଳନୀରେ ବହୁ ଅତିଥି ଓଡ଼ିଶାକୁ ଉପସ୍ଥାପନା କରିବା ପାଇଁ ଆସୁଛନ୍ତି।

ସୂଚନା ଅନୁସାରେ, ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଚିଲିକା ଏବଂ ମଙ୍ଗଳାଯୋଡିରେ ପକ୍ଷୀ ଦର୍ଶନ, ୧୧ ତାରିଖରେ ବରକୂଳରେ ଓଡ଼ିଶା ବାର୍ଡସ କନକ୍ଲେଭ, ୧୨ ତାରିଖରେ ନନ୍ଦନକାନନରେ ପକ୍ଷୀ ପଦଯାତ୍ରା, ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ବନ୍ୟପ୍ରାଣୀ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂର କାର୍ଯ୍ୟକ୍ରମ ରହିଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ଓଡ଼ିଶାକୁ ଆସିଥିବା ପ୍ରବାସୀ ଏହି ଉତ୍ସବର ମଜା ନେଇପାରିବେ। ୬ ତାରିଖରୁ ଆରମ୍ଭ ହୋଇ ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।