Odisha Link
Bridging the Missing Links in Odisha

ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ, ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ!

ଓଏଲ୍‌ ବ୍ୟୁରୋ: ସରକାର ବିଦ୍ୟାଳୟଗୁଡ଼ିକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଅର୍ଥାତ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ମାଡ଼ ମାରି ପାରିବେ ନାହିଁ। ହେଲେ ହିନ୍ଦୀ ଶିକ୍ଷକଙ୍କ ମାଡ଼ରେ ନବମ ଶ୍ରେଣୀ ଛାତ୍ର ଆହତ ଭଳି ଏକ ସମ୍ବେଦନଶୀଳ ଘଟଣା ବଣାଇ ରାଜାଧରଣୀଧର ସ୍କୁଲ ହଷ୍ଟେଲରୁ ଆସିଛି।

ରାଜାଧରଣୀଧର ସ୍କୁଲ ହଷ୍ଟେଲରେ ହିନ୍ଦୀ ଶିକ୍ଷକଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହିନ୍ଦୀ ଶିକ୍ଷକଙ୍କ ମାଡ଼ରେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଥିବାବେଳେ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଜାଧରଣୀଧର ସ୍କୁଲ ହଷ୍ଟେଲରେ ହିନ୍ଦୀ ଶିକ୍ଷକ ମାଡ଼ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।