ଏମଏମ ସରକାର ମହଙ୍ଗା ମାଡ଼ ସରକାର: ନବୀନ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ଦରବୃଦ୍ଧି ବିରୋଧରେ ବିଜୁ ଜନତା ଦଳର ଗଣବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍ଜିରେ ବିରୋଧୀ ଦଳ ଭାବେ ପ୍ରଥମ ଥର ପାଇଁ ଗଣବିକ୍ଷୋଭ କରିଛି ବିଜେଡି। ଯାହାର ମଙ୍ଗ ଧରିଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହିତ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।
ନବୀନ କହିଥିଲେ ଯେ, ବିଜେପି ସରକାର ଆସିବା ପରେ ଦରଦାମ ବଢ଼ିବାରେ ଲାଗିଛି। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଗଲାଣି। ଏମଏମ ସରକାର ମହଙ୍ଗା ମାଡ଼ ସରକାର ବୋଲି ନବୀନ କହିଥିଲେ।
ସେ ଆହୁରି କହିଛନ୍ତି, ଜୁନ୍ ମାସରେ ଜୁନ ମାସରେ ବିଜେପି ସରକାର ଗଠନ ହୋଇଥିଲା।ଲୋକଙ୍କ ସୁଖଦୁଃଖ ସହ ଏହି ସରକାରର ସମ୍ପର୍କ ଥିବା ଭଳି ଜଣାପଡୁନି। ଡାଲି ଚାଉଳଠାରୁ ଔଷଧ ସବୁ ଅତ୍ୟାବଶ୍ୟକ ପଦାର୍ଥର ଦର ବୃଦ୍ଧି ହୋଇଛି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି, ମା ମାନେ କାନ୍ଦୁଛନ୍ତି। ଚାଷୀ କାନ୍ଦୁଛନ୍ତି କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି।