ଏଣିକି ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ମାଗଣା ଚିକିତ୍ସା
![](https://www.odishalink.com/wp-content/uploads/2024/05/nitin-750x430.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ପାଳନ ହେଉଛି ଜାତୀୟ ସୁରକ୍ଷା ମାସ। ଏହାରି ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏଣିକି ସଡ଼କ ଦୁର୍ଘଟଣାର ଶିକାର ହେଲେ ଏଣିକି ଆହତମାନଙ୍କୁ ମିଳିବ ମାଗଣା ଚିକିତ୍ସା। ସାରା ଦେଶରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ କ୍ୟାଶଲେସ୍ ଚିକିତ୍ସା ପାଇଁ ମାର୍ଚ୍ଚ ମାସ ସୁଦ୍ଧା ସରକାର ସଂଶୋଧିତ ଯୋଜନା ଆଣିବେ ବୋଲି କହିଛନ୍ତି ଗଡ଼କରୀ।
ଏହି ଯୋଜନା ଅଧିନରେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ସମସ୍ତ ବର୍ଗର ରାସ୍ତାରେ ମୋଟର ଯାନ ଦ୍ୱାରା ଘଟୁଥିବା ସମସ୍ତ ସଡ଼କ ଦୁର୍ଘଟଣାରେ ଏହି ଯୋଜନା ପ୍ରଯୁଜ୍ୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପୁଲିସ, ଡାକ୍ତରଖାନା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସମନ୍ୱୟରେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA) ଏହି ଯୋଜନାର କାର୍ଯ୍ୟକାରୀ କରିବ।