ନବ ଦାସଙ୍କ ପୁଅ ଥାନାରେ ଅଟକ: ସରକାରଙ୍କୁ ଟାର୍ଗେଟ କଲେ ଦୀପାଳି ଦାସ..

ଓଏଲ୍ ବ୍ୟୁରୋ: ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ। ଛତିଶଗଡ଼ ସରେଇପାଲି ଥାନାରେ ବିଶାଲ ଦାସଙ୍କୁ ଅଟକ ରଖିଛି ସେଠାକାର ପୁଲିସ। ବିଶାଲ ଦାସଙ୍କ ସହ କିଛି କିରମିରା ବ୍ଲକ ଅଧିନ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୁଲିସ ଅଟକାଇଥିବା ଜଣାପଡିଛି। ଘଟଣାରେ ପୂର୍ବତନ ବିଧାୟିକା ତଥା ବିଶାଳଙ୍କ ଭଉଣୀ ବିସ୍ଫୋରକ ବୟାନ ଦେଇଛନ୍ତି। ଦୀପାଳି ଦାସ କହିଛନ୍ତି, ରାଜ୍ୟରେ ଡାରଟି ପୋଲିଟିକ୍ସ ଚାଲିଛି।
ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍। ଭୋଟ ଦେବାକୁ ସମିତି ସଭ୍ୟ ନଆସିଲେ ଦାୟୀ ରହିବେ ସରକାର। ସମିତି ସଭ୍ୟ ନିଜସ୍ବ ଇଚ୍ଛାରେ ଯାଇଥିବା କହିବାପରେ ବି ଅଟକ ରଖାଯାଇଛି। କାଲିଠୁ ଖାଇବାକୁ ଦିଆଯାଇନାହିଁ। ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଥିବାରୁ ଜାଣିଶୁଣି ଏମିତି କରାଯାଇଥିବା ଦୀପାଳି ଦାସ କହିଛନ୍ତି।
ଅନ୍ୟପଟେ, ଆଜି ଝାରସୁଗୁଡ଼ା କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ। ଅନାସ୍ଥା ଭୋଟ ପୂର୍ବରୁ ଛତିଶଗଡ଼ର ସରେଇପାଲି ଥାନାରେ ଅଟକ ଅଛନ୍ତି ଏକାଧିକ ପିଆରଆଇ ସଦସ୍ୟ। ଅନାସ୍ଥା ଭୋଟରେ ଯୋଗଦାନ ଲାଗି ଆସୁଥିବା ପିଆରଆଇ ମେମ୍ବର ସମେତ ନବ ଦାସଙ୍କ ପୁଅ ବିଶାଲ ଦାଶଙ୍କୁ ଗତକାଲି ରାତିରୁ ଛତିଶଗଡ଼ ପୁଲିସ ଅଟକ ରଖିଛି।
ଆଜି କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ। ଏଥିଲାଗି ଗତକାଲି ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଥିଲେ ପିଆରଆଇ ମେମ୍ବର। ବିଶାଲ ଦାଶଙ୍କ ହୋଟେଲରେ ପହଂଚି ଲଇକେରା ଆଇଆଇସି ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ବଲପୁର ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରି ପିଆରଆଇ ସଦସ୍ୟଙ୍କ ଲାଗି ସୁରକ୍ଷା ମାଗିଥିଲେ ନବ ଦାସଙ୍କ ପୁଅ ବିଶାଲ ଦାଶ। ପରେ ତାଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି।