Odisha Link
Bridging the Missing Links in Odisha

ରାଜ୍ୟରେ ଶୀତର ଲହରୀ, ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା

ଓଏଲ୍‌ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି।

ରାଜ୍ୟରେ ଶୀତ ଲେଉଟାଣି ପରେ ୯ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର ହୋଇଛି। ଝାରସୁଗୁଡାରେ ୭.୬ ଡିଗ୍ରୀ, ରାଉରକେଲାରେ ୭.୯, ଦାରିଙ୍ଗବାଡିରେ ୯.୦, ସୁନ୍ଦରଗଡରେ ୯.୧, ଅନୁଗୁଳରେ ୯.୬, କେନ୍ଦୁଝରରେ ୯.୯, ଭୁବନେଶ୍ବରରେ ୧୨.୮, କଟକରେ ୧୨.୮ ତାପମାତ୍ରା ରେକର୍ଡ ହୋଇଛି। ଦୁଇ ଦିନ ପରେ ରାଜ୍ୟରେ ତାପମାତ୍ରା ବଢିବା ନେଇ ଆକଳନ ହୋଇଛି।