Odisha Link
Bridging the Missing Links in Odisha

ଆଳୁ ଦର ବୃଦ୍ଧି ସମସ୍ୟା: ମନ୍ତ୍ରୀ କହିଲେ-ସମାଧାନ ପାଇଁ ଲାଗିବ ସମୟ..

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଳୁକୁ ନେଇ ଅଭାବନୀୟ ସ୍ଥିତି। ଦରଦାମ ବୃଦ୍ଧିକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ। ଏସବୁ ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଆଳୁ ସମସ୍ୟା ୨୪ ବର୍ଷର ସମସ୍ୟା, ଦିନକରେ ଠିକ୍ ହେବନି। ଆଳୁ ସମସ୍ୟାର ସମାଧାନ ପାଇଁ ସମୟ ଲାଗିବ। ନିରନ୍ତର ପ୍ରୟାସ ଜାରି ରଖିଛୁ। ଆଳୁ ଦର ବୃଦ୍ଧି ପାଇଁ ବିଜେଡି ସରକାରକୁ ଦାୟୀ କରିଛନ୍ତି ମନ୍ତ୍ରୀ। ଆଳୁ ସମସ୍ୟା ୨୪ ବର୍ଷର ସମସ୍ୟା। ଏଥିପାଇଁ ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି।