Odisha Link
Bridging the Missing Links in Odisha

ମକର ସଂକ୍ରାନ୍ତି ପାଇଁ ଚେତାବନୀ: ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ ମିଳିବ କଡ଼ା ଦଣ୍ଡ

ଓଏଲ୍‌ ବ୍ୟୁରୋ: ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି। ଏହା ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୁଲିସ କଡା ଚେତାବନୀ ଦେଇଛି। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇବା ମନା କରାଯାଇଛି। ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। କଟକରେ ମାଞ୍ଜା ସୂତାରୁ ଲୋକଙ୍କ ବେକ କଟୁଛି। ୭ ଦିନରେ ୩ ଆହତ ହୋଇଥିବାବେଳେ କମିଶନରେଟ ପୁଲିସ ତତ୍ପରତା ଦେଖାଇଛି। ନିୟମିତ ଭାବେ ମାଞ୍ଜା ସୂତା ରେଡ୍ କରୁଛି ପୁଲିସ। ଆଗାମୀ ଦିନରେ ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।