Odisha Link
Bridging the Missing Links in Odisha

ଜାତୀୟ ଶିକ୍ଷାନୀତି ପାଇଁ ଷ୍ଟିୟରିଂ କମିଟି ଗଠିତ, ପ୍ରସ୍ତୁତ ହେବ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା

ଓଏଲ୍‌ ବ୍ୟୁରୋ: ସ୍କୁଲ ସ୍ତରରେ ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି-୨୦୨୦। ଏହି ‘ଜାତୀୟ ଶିକ୍ଷାନୀତି’ ୨୦୨୪-୨୫ରୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି ହେବା ନେଇ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ପାଇଁ ସତର୍କତାର ସହିତ ବିଚାର କରିବା ପରେ, ସରକାର ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତିରେ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଜାତୀୟ ଶିକ୍ଷା ନୀତି ୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ଷ୍ଟିୟରିଂ କମିଟି ଗଠନ କରିବାକୁ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ। ଏହି କମିଟିର ଅଧ୍ୟକ୍ଷ ରହିବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ। ୧୬ ଜଣିଆ କମିଟି ଗଠନ କଲା ଗଣଶିକ୍ଷା ବିଭାଗ। ଷ୍ଟିୟରିଂ କମିଟି ଦ୍ୱାରା ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବ।

Leave A Reply

Your email address will not be published.