ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ, ମହିଳାଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା

ଓଏଲ୍ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଏସବୁ ଭିତରେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଜାରି କରିଛି।
ଜାରି ହୋଇଥିବା ସଂକଳ୍ପ ପତ୍ର ଅନୁସାରେ, ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ମିଳିବ। ମହିଳା ସମୃଦ୍ଧି ଯୋଜନାରେ ମିଳିବ ୨୫୦୦ ଟଙ୍କା ଏବଂ ମାତୃତ୍ବ ସୁରକ୍ଷା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ମିଳିବ। ୨୧ ହଜାର ଟଙ୍କା ସହ ମିଳିବ ୬ଟି ନ୍ୟୁଟ୍ରିସନାଲ କିଟ୍। ବର୍ଷକୁ ମିଳିବ ୨ଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ। ହୋଲି ଓ ଦୀପାବଳିରେ ମାଗଣା ସିଲିଣ୍ଡର ମିଳିବ।
୬୦ରୁ ୭୦ ବୟସର ବୟସ୍କଙ୍କୁ ମାସିକ ୨୫୦୦ ଭତ୍ତା ପ୍ରଦାନ କରାଯିବ। ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏହି ସଂକଳ୍ପ ପତ୍ର ଜାରି କରିଛନ୍ତି।