Odisha Link
Bridging the Missing Links in Odisha

ଓଡ଼ିଶା ଆସିବ ଷୋଡ଼ଶ ଅର୍ଥ କମିଶନ, ୧୨ଲକ୍ଷ ୫୬ହଜାର କୋଟି ଟଙ୍କାର ଦାବି ପ୍ରସ୍ତାବ ପାରିତ

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନଷ୍ଠିତ ଏହି ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ମହିଳା ଶିଶୁ ବିକାଶ ଆଦି ବିଭାଗର କିଛି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଆସିବ ଷୋଡ଼ଶ ଅର୍ଥ କମିଶନ। ଫେବ୍ରୁଆରୀ ୫ରେ ଓଡ଼ିଶା ଆସିବ କମିଶନ। ୧୨ଲକ୍ଷ ୫୬ହଜାର ୧୪୮ କୋଟି ଟଙ୍କା ଦାବି କରିବୁ। ଏନେଇ ଆଜି କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ ହୋଇଛି। ଏହି ଅର୍ଥ ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ କରାଯିବ।