Odisha Link
Bridging the Missing Links in Odisha

ପ୍ରୟାଗରାଜରେ ମହାକୁମ୍ଭ: ୧୦ ଦିନରେ ବୁଡ଼ ପକାଇଲେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ

ଓଏଲ୍‌ ବ୍ୟୁରୋ: ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାକୁମ୍ଭ। ତ୍ରିବେଣୀ ସଙ୍ଗମ ସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ। ସାହିସ୍ନାନ କରୁଛନ୍ତି ସାଧୁ ସନ୍ଥ। ୫୫ ଦିନ ଧରି ଚାଲିବ ଧାର୍ମିକ ମହୋତ୍ସବ। ହର ହର ମହାଦେବ ଧ୍ବନିରେ କମ୍ପୁଛି ଗଙ୍ଗା ନଦୀର ସଙ୍ଗମ ସ୍ଥଳ। ପ୍ରୟାଗରାଜ ମହାକୁମ୍ଭକୁ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଆଗମନ ବଢିବାରେ ଲାଗିଛି। କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି।

୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ୧୦ ଦିନରେ ୧୦ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିବା ଉତ୍ତର ପ୍ରଦେଶ ସରକାର ସୂଚନା ଦେଇଛନ୍ତି। ତେବେ ୫୫ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭ ମେଳାରେ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ଫେବ୍ରୁଆରୀ ୨୬ ତାରିଖରେ ଅନ୍ତିମ ସାହି ସ୍ନାନ ସହ ମହାକୁମ୍ଭ ଉଦଯାପିତ ହେବ।