Odisha Link
Bridging the Missing Links in Odisha

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଓଡ଼ିଶା ପାଇଁ ଆଶାଠୁ ଅଧିକ ପ୍ରତିଶ୍ରୁତି ମିଳିଛି: ଶିଳ୍ପ ସଚିବ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଶିଳ୍ପ ମହାକୁମ୍ଭ। ଉତ୍କର୍ଷ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନ। ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ଼ ବଡ଼ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି। ଦ୍ଵିତୀୟ ଦିନରେ ଉତ୍କର୍ଷ ଓଡ଼ିଶାରେ ପୁଞ୍ଜି ନିବେଶକୁ ନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ବଡ଼ ସୂଚନା ଦେଇଛନ୍ତି। ଉତ୍କର୍ଷ ଓଡ଼ିଶାରୁ ଯେତିକି ପୁଞ୍ଜି ନିବେଶ ଆଶା ଥିଲା ତା’ଠୁ ୨ ଗୁଣ ପ୍ରତିଶ୍ରୁତି ମିଳିଛି।

ଯିଏ କେବେ ଓଡ଼ିଶାକୁ ଇଚ୍ଛା କରୁ ନଥିଲେ ଏବେ ସେମାନେ ଆଗ୍ରହ ଦେଖାଇଛନ୍ତି। ମେଟାଲ ଷ୍ଟିଲ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି। ମେଟାଲ ଷ୍ଟିଲ ତଳକୁ କେମିକାଲ ଓ ପେଟ୍ରୋ କେମିକାଲ୍ସ, ୩ରେ ସୌର, ପବନ ଓ ଅକ୍ଷୟ ଶକ୍ତି। ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବିଭିନ୍ନ କମ୍ପାନୀ। ଟେକ୍ସଟାଇଲ ଓ ଆପାରେଲ କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଅନେକ ଆଗ୍ରହୀ ରହିଛନ୍ତି ବୋଲି ଶିଳ୍ପ ସଚିବ କହିଛନ୍ତି।