Odisha Link
Bridging the Missing Links in Odisha

୯ ତାରିଖରେ ଭାରତ-ଇଂଲଣ୍ଡ ମ୍ୟାଚ୍, ପୂର୍ବ ପ୍ରସ୍ତୁତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା..

ଓଏଲ୍‌ ବ୍ୟୁରୋ: ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍। ଏହି ମ୍ୟାଚ ପାଇଁ ଏବେ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି। କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପୂର୍ବ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ୯ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତିକୁ ନେଇ ସମୀକ୍ଷା ପରେ ପ୍ରସ୍ତୁତି ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ପରେ ଏହା ଆମ ପାଇଁ ପ୍ରଥମ ମ୍ୟାଚ୍। ପ୍ରସ୍ତୁତି ସନ୍ତୋଷଜନକ, ସମୟ ଅନୁସାରେ ସବୁ ଠିକ୍ ଚାଲିଛି। ୯ ତାରିଖରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଖେଳାଯିବ।